ଫେସବୁକ୍‌ରେ କୋଇଲି ବୈକୁଣ୍ଠର ଫଟୋ ଭାଇରାଲ୍

0
310
interior ports of puri jaganathh temple go viral

ପୁରୀ : ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ବେଢ଼ାର ଫଟୋ। ଫେସବୁକ୍‌ରେ କୋଇଲି ବୈକୁଣ୍ଠର ଫଟୋ ଦେଖିବାକୁ ମିଳିଛି। ଏହାକୁ ଗୁଜରାଟର ହିତେଶ ସୁନାନି ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି। ସେ କେମିତି ଏହି ଫଟୋ ଉଠାଇଛନ୍ତି କିମ୍ବା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଉତ୍ତୋଳନ କେମିତି କରାଯାଇଛି ବୋଲି ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ଉଠିଛି। ଆଗରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିରର ଫଟୋ ଭାଇରାଲ୍ ହୋଇଥିଲା। ବାରମ୍ବାର ଏପରି ହେବା ସତ୍ତ୍ୱେ କାହିଁକି ତାକୁ ରୋକା ଯାଇ ପାରୁନି ବୋଲି ଶ୍ରୀଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।