ଫ୍ରାନ୍ସ: ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଅଜିମ ପ୍ରେମଜୀଙ୍କୁ ମିଳିବ

0
346
azim premji will be rewarded the citizen award

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରରେ ସମ୍ରାଟ କୁହାଯାଉଥିବା ଅଜିମ ପ୍ରେମଜୀଙ୍କୁ ଫ୍ରାନ୍ସର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଚେଭଲିୟର ଡି ଲା ଲିଜିୟନ ଡି’ଅନେୟୁର(ନାଇଟ୍‌ ଅଫ୍‌ ଦି ଲେଜିୟନ ଅଫ୍‌ ଅନର)ଚଳିତ ମାସରେ ପ୍ରଦାନ କରାଯିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗ୍‌ଲର ପ୍ରେମଜୀଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଭାରତରେ ଆଇଟି ଶିଳ୍ପକୁ ବିକାଶ ପଥରେ ଆଗେଇ ନେବାର ଫଳସ୍ୱରୂପ ତାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯିବ ବୋଲି ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ସୌମିତ୍ର ଚାଟାର୍ଜୀ ଏବଂ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ରହିଛନ୍ତି।