ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ: ୧୪ ରେ ବର୍ଷା ସମ୍ଭାବନା

0
400

ଭୁବନେଶ୍ୱର: ପୁଣି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୧୪ ତାରିଖ ବେଳକୁ ଲଘୁଚାପ ଡିପ୍ରେସନରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଉପକୂଳରେ ଲଘୁଚାପର ପ୍ରଭାବ ୧୪ରୁ୧୭ ତାରିଖ ପର୍ଯ୍ୟନ୍ତ ପଡ଼ିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ସାମାନ୍ୟ ପ୍ରଭାବ ରହିବ।