ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

0
349

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ଗୋଟିଏ ପଟେ ଗ୍ଲୋବାଲ ଓ୍ବାର୍ମିଂ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଅନ୍ୟପଟେ ଦେଶର ପଦୂଷଣକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ପରିବେଶ ବିତ୍‌। ଏଥିପାଇଁ ଜନ ସାଧାରଣଙ୍କ ମଧ୍ୟରେ ସଚେତନାତା ସୃଷ୍ଟି କରିବା ପାଇଁ ଡିସେମ୍ବର ୨କୁ ନ୍ୟାଶନାଲ ପଲ୍ୟୁଶନ କଣ୍ଟ୍ରୋଲ ଡେ ଭାବେ ପାଳନ କରାଯାଉଛି। ଏବେ ରାଜଧାନୀ ଦିଲ୍ଲୀର ପଦୂଷଣ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏଠାରେ ଏବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଛି ୨୪୭। ଯାହା ଅତ୍ୟନ୍ତ ଖରାପ ସ୍ତର ବୋଲି ବିବେଚନା କରାଯାଉଛି। କୋଲକାତାର ମଧ୍ୟ ସମାନ ପରିସ୍ଥିତି ସେମିତି ଉତ୍ତର ପ୍ରଦେଶ ମଧ୍ୟ ପ୍ରଦୂଷଣର ଶିକାର ହେଉଛି। ବାଣ ଫୁଟାଇବା, ଅତ୍ୟଧିକ ଗାଡି ଚଲାଇବା, ବୋମା ବିସ୍ଫୋରଣ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଦିଗପ୍ରତି ଧ୍ୟାନ ଦିଆଗଲେ ପ୍ରଦୂଷଣର ମାତ୍ରାକୁ ଅନେକାଂଶରେ କମାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।