ବନ୍ଧୁକ ଦେଖାଇ ଲୁଟିନେଲେ ୪୧ ହଜାର

0
383
41 thousand sent ched though pistal

ଢେଙ୍କାନାଳ: ବନ୍ତଳା ଥାନା ବସଲା ପଞ୍ଚାୟତ ଆଦିଆଘାଇ ଗାଁ ରାସ୍ତାରେ ଏକ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ ୪୧ ହଜାର ୫୦୦ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ, ଶୁକ୍ରବାର ସକାଳ ୯ଟା ବେଳେ ଅନୁଗୁଳ ଅମଲାପଡ଼ାସ୍ଥିତ ସ୍ପନ୍ଦନ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ବସଲା ଅଞ୍ଚଳରୁ ଋଣ ସଂଗ୍ରହ କରିବାକୁ ଆସିଥିଲେ। ଏହି ସମୟରେ ଆଦିଆଘାଇର ପାହାଡ଼ ତଳ ରାସ୍ତାରେ ୨ଟି ବାଇକରେ ୫ଜଣ ଯୁବକ ଆସି ସେମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ୪୧ ହଜାର ୫୦୦ ଟଙ୍କା ଲୁଟି ନେଇଥିଲେ। ଉକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀ ଅଭିଯୋଗ କରିବା ପରେ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।