ବର୍ଦ୍ଧିତ ଭଡାକୁ ନେଇ ଡିସେମ୍ବର ୨୫ରୁ ନୂଆଦିଲ୍ଲୀ-ବାରାଣସୀରେ ଚଳାଚଳ କରିବ ଟ୍ରେନ୍‌-ଏଇଟିନ୍‌

0
392
train-18-likely-to-be-launched-on-december-25-between-new-delhi-varanasi-with-increased-fare

କୋଟା: କୋଟା ଜଙ୍କ୍‌ସନ୍‌ରୁ କୁରଲସି ଯାଏଁ ରବିବାର ଦିନ ପରୀକ୍ଷାମୂଳକ ଚାଳନା ସମୟରେ ଟ୍ରେନ୍‌-ଏଇଟିନ୍‌ର ବେଗ ୧୬୦ କିଲୋମିଟର ଛୁଇଁବା ପରେ ଡିସେମ୍ବର ୨୫ ତାରିଖରୁ ଏହାକୁ ନୂଆଦିଲ୍ଲୀ ଓ ବରାଣସୀ ମଧ୍ୟରେ ଚଳାଚଳ କରାଇବାକୁ ଉଦ୍ୟମ ଚାଲିଛି। ସୂଚନା ଯୋଗ୍ୟ,ଜଣେ ବରିଷ୍ଠ ରେଳବାଇ ଅଧିକାରୀ କହିଛନ୍ତି ଯେ ବଡ଼ଦିନ ଦିନ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମଦିନ ମଧ୍ୟ ପଡୁଛି। ସେ ଦିନ ଯଦି ଆମେ ଏହି ନେକ୍ସଟ୍‌-ଜେନେରେସନ୍‌ ଟ୍ରେନ୍‌ ଚଳାଇ ପାରିବୁ, ତେବେ ତାହା ଦେଶର ଜଣେ ମହାନ ରାଜନୀତିଜ୍ଞଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ହେବ। ଏହି ୧୦୦ କୋଟି ଟଙ୍କା ମୂଲ୍ୟର ଟ୍ରେନ୍‌ରେ ଯାତାୟତ ପାଇଁ ଯାତ୍ରୀ ମାହାସୁଲ ମଧ୍ୟ ସାଧାରଣ ମାସୁଲ ଠାରୁ ଅଧିକ ହେବ। କିନ୍ତୁ, ପରୀକ୍ଷାମୂଳକ ଚାଳନା ଏପର୍ଯ୍ୟନ୍ତ ସରି ନ ଥିବାରୁ ଚଳାଚଳର ତାରିଖ ଏବଂ ଯାତ୍ରୀ ମାସୁଲ ଏ ଯାଏଁ ସ୍ଥିର ହୋଇ ନାହିଁ।