ବସ୍‌କୁ ଧକ୍କାଦେଲା ଟ୍ରକ୍‌:୧୫ ଆହତ

0
376

ବଣାଇ: ବଣାଇରେ ଏକ ସଡକ ଦୁର୍ଘଟଣା ହୋଇଛି । ବସ୍‌କୁ ଧକ୍କାଦେଲା ଟ୍ରକ୍‌ । ବସ୍‌ଟି ରାଉରକେଲାରୁ ଅନୁଗୋଳ ଜିଲ୍ଲା ପାଲଲହଡାକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ସେହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।