ବାଥରୁମ୍‌ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

0
328

ରାଉରକେଲା: ରାଉରକେଲା ବାସନ୍ତୀନଗରରେ ଆଜି ସକାଳ ସାଢ଼େ ୬ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ବାଥରୁମ୍‌ରୁ ପୁଲିସ ଜବତ କରିଛି। ମୃତକ ମହିଳା ହେଉଛନ୍ତି ସରସ୍ୱତୀ ମହାରଣା(୬୨) । ସୂଚନା ଅନୁଯାଇ, ରାଉରକେଲା ବାସନ୍ତୀ କଲୋନିର ଏଫଏଲ/ ୧୬୭ କଲୋନିରେ ରୁହନ୍ତି ସରସ୍ୱତୀ । ତେବେ ତାଙ୍କ ପୁଅବୋହୂ ବାହାରକୁ ଯାଇଥିବାବେଳେ ଘରେ ସରସ୍ୱତୀଙ୍କ ସହିତ ତାଙ୍କ ଦୁଇ ନାତୁଣୀ ଶିବାନୀ (୨୨) ଓ ଭବାନୀ(୨୧) ଥିଲେ। ତେବେ ଆଜି ସକାଳୁ ସରସ୍ୱତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ବାଥରୁମ୍‌ରୁ ଠାବ କରାଯାଇଛିି। ଉଭୟ ଶିବାନୀ ଓ ଭବାନୀ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ସରସ୍ୱତୀଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ମହିଳାଙ୍କ ମୃତଦେହ ନିକଟରୁ ପୁଲିସ ଏକ କିରୋସିନି ଡବା ଜବତ କରିଛି। ତେଣୁ କିରୋସିନି ଢ଼ାଳି ସେଥିରେ ନିଆଁ ଲାଗିବା ଦ୍ୱାରା ସରସ୍ୱତୀଙ୍କର ମୃତ୍ୟୁ ଘଟିଥିବା ପୁଲିସ ଆଶଙ୍କା କରୁଛି। ତେବେ ସରସ୍ୱତୀ ନିଜେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟହେବ ବୋଲି ପୁଲିସ କହିଛି ।