ବାଲିଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି

0
407

କଟକ: କଟକରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା। ଏହା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ ହେବ। ଏଥିସହିତ ୧୦ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ସେହି ଜାଗା ଗୁଡିକ ହେଲା- ଭୁଆଶୁଣି ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, ମୁଣ୍ଡାସାହି ପଶ୍ଚିମ ପଟ ପଡ଼ିଆ, ମୁଣ୍ଡାସାହି ଭିତରପଟ ପଡ଼ିଆ, ଗୋରାକବର ପଡ଼ିଆ, ବୋଷ ଇଞ୍ଜିନିୟରିଂ ପଡ଼ିଆ, କାର୍ତ୍ତିକେଶ୍ୱର ଗଡ଼ା ବାମ ଓ ପଶ୍ଚିମ ପଟ ପଡ଼ିଆ।