ବାଲେଶ୍ୱର: ଝାଡ଼ଖଣ୍ଡୀ ହାତୀ ଆତଙ୍କ

0
356
elephant damages crops in baleswar

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଆତଙ୍କ ଖେଳାଇଛନ୍ତି। ସୋମବାର ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ହାତୀ ଘଉଡ଼ାଇବା ଅଭିଯାନ ଫେଲ୍ ମାରିଛି। ହାତୀପଲ ପୁଣି ତିନିକୋଶିଆ ଜଙ୍ଗଲକୁ ଫେରିଆସିଛନ୍ତି। ସେପଟେ କୁଲଡିହା ଅଭୟାରଣ୍ୟରୁ ଅନ୍ୟ ଏକ ହାତୀପଲ ଆସି ସେହି ଅଞ୍ଚଳରେ ବୁଲୁଛନ୍ତି। ସେପଟେ ନୀଳଗିରି ଏନ୍ ଏସିର ଶାଳବନ୍ଦ ଗାଁର ଜୟଦେବ ସିଂହ ଓ ଅନିରୁଦ୍ଧ ସିଂହଙ୍କ ଘର ଦନ୍ତାହାତୀ ଭାଙ୍ଗି ଦେଇଛନ୍ତି। ଏନେଇ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।