ବାଲେଶ୍ୱର: AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌

0
381

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲୁଟେରାଙ୍କ ଟାର୍ଗେଟ୍‌ରେ ଏଟିଏମ୍‌। ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟର୍‌ରେ ଏଟିଏମ୍ ମେସିନକୁ କାଟି ସେଥିରୁ ଟଙ୍କା ନେଇ ଯାଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।