ବାହାଘରରେ କାନ୍ଦିଲେ ପ୍ରିୟଙ୍କା

0
395

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରା ପୂର୍ବରୁ ବିବାହକୁ ନେଇ ଯେତିକି ଉତ୍ସାହିତ ଆଉ ଖୁସି ଥିଲେ ବିବାହ ସମୟରେ ସେ ସେତିକି କାନ୍ଦିଥିବା କୁହାଯାଉଛି। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ପ୍ରିୟଙ୍କା। ୨ ତାରିଖ ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇ ପ୍ରଥମେ ମୌଲି ସେରିମନି ହୋଇଥିଲା। ଏହାପରେ ପ୍ରିୟଙ୍କାଙ୍କ ଭାଇ ନିକ୍‌ଙ୍କ ପରିବାରକୁ ହିନ୍ଦୁ ରୀତିନୀତିରେ ହେଉଥିବା ବିବାହ ସମ୍ପର୍କରେ ବୁଝାଇ ଦେଇଥିଲେ। ଏହାପରେ ହୋଇଥିଲା ହଳଦୀ ଓ ଚୁଡି ସେରିମନି। ଏଥିରେ ପ୍ରିୟଙ୍କାଙ୍କ ଅଙ୍କଲ୍‌ ତାଙ୍କୁ ୨୧ ପଟ ଚୁଡି ଉପହାର ଦେଇଥିଲେ। ଏହିସବୁ ସେରିମନି ଭିତରେ ପ୍ରିୟଙ୍କା ନିଜର କୋହ ସମ୍ବରଣ କରି ପାରି ନ ଥିଲେ। ଭୋଭୋ ହୋଇ କାନ୍ଦି ଉଠିଥିଲେ। କିଏ କହୁଥିଲେ ସେ ତାଙ୍କ ପିତାଙ୍କୁ ମନେ ପକାଉଛନ୍ତି ତ ପୁଣି କିଏ କହୁଥିଲେ ମା’ଙ୍କଠାରୁ ଅଲଗା ହେବା ଦୁଃଖରେ ପ୍ରିୟଙ୍କା ଭାଙ୍ଗି ପଡିଛନ୍ତି।