ବାହାଘର ଆଗରୁ ସେଲଫିନେବା ହେଲା କାଳ: ବାପା ନେଲା ଝିଅର ଜୀବନ

0
385

କରାଚୀ: ବାହାଘର ଆଗରୁ ସେଲଫିନେବା ଜଣେ ଯୁବତୀ ପାଇଁ କାଳ ହୋଇଛି। ବାପା ତାର ଝିଅକୁ ହତ୍ୟା କରିଛି । ସୂଚନା ଅନୁଯାୟୀ,ଜଣେ ୧୯ ବର୍ଷୀୟା ଯୁବତୀଙ୍କର ନିର୍ବନ୍ଧ ସରିଥିଲା। ହେଲେ ବିବାହର କିଛି ଦିନ ପୂର୍ବରୁ ଯୁବତୀ ଜଣକ ନିଜ ଭାବି ସ୍ୱାମୀଙ୍କ ସହିତ ସେଲଫି ନେଉଥିଲେ। ଏହାକୁ ଦେଖି ଝିଅର ବାପା ରାଗିଗଲେ । ସେ ଝିଅକୁ ଖାଦ୍ୟରେ ବିଷ ମିଶାଇ ଖୁଆଇବାକୁ ଦେଲେ। ଫଳରେ ଯୁବତୀର ମୃତ୍ୟୁ ଘଟିଥିଲା। ପିତା ନିଜ ପରିବାରର ସମ୍ମାନରେ ଆଞ୍ଚ ନ ଆଣିବା ଲାଗି ଏଭଳି କଠୋର ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ପରେ ଯୁବତୀର ମାଆ ପୁଲିସ ନିକଟରେ ଏହି ଘଟଣା ସଂର୍ପକରେ କହିବାପରେ ପୁଲିସ ମୃତ ଯୁବତୀର ବାପା ଏବଂ ଜେଜେଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।