ବିଜେପିରୁ ଇସ୍ତଫା ଦେଲେ ୨ ବଡ଼ନେତା ଦିଲୀପ ରାୟ ଓ ବିଜୟ ମହାପାତ୍ର

0
400

ଭୁବନେଶ୍ୱର: ଶୁକ୍ରବାର ଭାଜପାରୁ ୨ ବଡ଼ ନେତା ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପ ରାୟ ଇସ୍ତଫା ଦେବାର କିଛି ସମୟ ପରେ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ଏ ନେଇ ବିଜୟ ଏକ ଖବରଦାତା ସମ୍ମିଳନୀ ଡାକି ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି। ବିଜୟ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଦଳରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି, ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ୨୦୦୯ରେ ଭାଜପାରେ ଯୋଗଦେବା ତରବରିଆ ନିଷ୍ପତ୍ତି ଥିଲା। ଯାହାକି ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଛନ୍ତି। ଓଡ଼ିଶା ପ୍ରତି ଭାଜପାର କେବେବି ଆନ୍ତରିକତା ନ ଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦିଲୀପ ରାୟ ଭାଜପାରୁ ଇସ୍ତଫା ଦେବା ସହିତ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି।