ବିମାନରୁ ମୋବାଇଲ ଚୋରି: ୭ ମୋବାଇଲ ଜବତ,୧ ଗିରଫ

0
425

ଭୁବନେଶ୍ୱର: ବିମାନରୁ ମୋବାଇଲ ଚୋରି ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଗୁରୁବାର ଜଣେ ଯୁବକକୁ ଗିରଫ କରିବା ସହିତ ତା ଠାରୁ ୭ଟି ମୋବାଇଲ ଜବତ କରିଛି। ସେ ହେଲା ଗୋବର୍ଦ୍ଧନ ପ୍ରଧାନ(୩୫)। ସୂଚନା ଅନୁଯାୟୀ, ଗୋବରା କାର୍ଗୋ ଟର୍ମିନାଲ‌ରେ କାମ କରେ। ଭିସ୍ତାରା ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଡିଟିଡିଏସ୍‌ ସଂସ୍ଥାର ବିଭିନ୍ନ ପ୍ୟାକେଟ୍‌ ଆସିଥାଏ। ଜୁଲାଇ ମାସରେ ଡିଟିଡିଏସ୍‌ ପକ୍ଷରୁ ଆସିଥିବା ପ୍ୟାକେଟ୍‌ରୁ ଗୋବରା ୯ଟି ମୋବାଇଲ ଚୋରି କରିଥିଲା। ଏ ନେଇ ଡିଟିଡିଏସ୍‌ର ଓଡ଼ିଶା ମୁଖ୍ୟ ବିଭାବସୁ ସାମଲ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବଳରାମ ନାୟକ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ଗୋବରା ହିଁ ପ୍ୟାକେଟ୍‌ରୁ ମୋବାଇଲ୍ ଚୋରି କରୁଛି। ତେଣୁ ତାକୁ ଗିରଫ କରିଥିଲେ।