ବୋଲେରୋ ଧକ୍କାରେ ସପ୍ତମ ଶ୍ରେଣୀଛାତ୍ରୀ ମୃତ୍ୟୁ: ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

0
378

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ନିକଟରେ ଘଟିଛି ଦୁର୍ଘଟଣା । ସ୍କୁଲକୁ ଯିବାବେଳେ ଜଣେ ଛାତ୍ରୀଙ୍କୁ ସାମ୍ନାରୁ ଆସୁଥିବା ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ସପ୍ତମ ଶ୍ରେଣୀର ଭୁବନ୍ତି ରଣା । ତାଙ୍କ ଘର ସିନ୍ଧେକେଲା ଥାନା ବବକରା ଗାଁରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗନ୍ଧର୍ଲା ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।