ବ୍ରହ୍ମପୁର: ମହାବିଦ୍ୟାଳୟ ଛାତ୍ରଛାତ୍ରୀ ବାରଣ୍ଡାରେ ପଢୁଛନ୍ତି

0
369

ବ୍ରହ୍ମପୁର: ଶେରଗଡ ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ହେଉଛି ଉଦୟ ପ୍ରତାପ ଡିଗ୍ରୀ ମହାବିଦ୍ୟାଳୟ। ଏହି କଲେଜରେ କେବଳ ଯୁକ୍ତ ତିନି କଳାର ୩ଟି ବିଭାଗରେ ଅନର୍ସ ରହିଛି। ଛାତ୍ରୀଛାତ୍ର ସଂଖ୍ୟା ୬୦୮ ଥିବାବେଳେ ପାଠପଢା ନିମନ୍ତେ ଦରକାର ୧୩ ଶ୍ରେଣୀ କକ୍ଷ, ମାତ୍ର ୫ଟି କକ୍ଷ ରହିଛି। ଫଳରେ ଡିଗ୍ରୀ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ତଳେ ବସି ପଢୁଛନ୍ତି। କଲେଜର ଶ୍ରେଣୀ କୋଠରି, ବାଳିକା କମନ ରୁମ, ବାଳକ କମନ ରୁମ, ସ୍ବତନ୍ତ୍ର ଲାଇବ୍ରେରୀ, ସଭାପ୍ରକୋଷ୍ଠ ଓ ୫ରୁ ଅଧିକ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ କରାଯିବା ନିତାନ୍ତ ଜରୁରୀ। ମାତ୍ର ହେଲେ ସେଥିରୁ ମଧ୍ୟ ପାଣି ଯୋଗାଣ ହୋଇପାରୁନାହିଁ। ପାଇଖାନା କଥା ନ କହିଲେ ଭଲ। ଏକ ପ୍ରାଇଭେଟ ସଂସ୍ଥା ପକ୍ଷରୁ ପାଇଖାନା ନିର୍ମାଣ କରାଗଲା। ଯାହା ଅଧାପନ୍ତରିଆ ହୋଇ ପଡି ରହିଛି। ଫଳରେ ଡିଗ୍ରୀ କରୁଥିବା ଛାତ୍ରୀଛାତ୍ର ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ବାରମ୍ବାର ବିଡିଓ ଓ ସମ୍ପୃକ୍ତ ବିଭାଗକୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଛାତ୍ର ପ୍ରତିନିଧିମାନେ ଦାବି କରିଛନ୍ତି।