ଭଡା ପାଇଁ ଚଳନ୍ତା ବସରୁ ଠେଲିଦେଲେ କଣ୍ଡକ୍ଟର: ୨ମୃତ

0
382

ଆଲିଗଡ: ଉତ୍ତର ପ୍ରଦେଶର ଆଲିଗଡରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଭଡା ପାଇଁ ଯାତ୍ରୀଙ୍କ ସହ ଝଗଡା ହେବାରୁ ଚଳନ୍ତା ବସରୁ ଦୁଇଜଣ ଯାତ୍ରୀଙ୍କୁ ଠେଲିଦେଇଛନ୍ତି କଣ୍ଡକ୍ଟର। ଫଳରେ ଦୁହଁଙ୍କ ମୃତ୍ୟୁ ହୋଇଛି।  ସୂଚନା ଅନୁଯାଇ, ଆଲିଗଡର ସାଧୁ ଆଶ୍ରମ ଇଲାକାରେ ସୁଜାନପୁର ଗ୍ରାମର ନରେନ୍ଦ୍ର କୁମାର ଓ ୧୦ ଶ୍ରେଣୀ ଛାତ୍ର ଦେବେନ୍ଦ୍ର ହରଦୁଆଗଞ୍ଜ ବସକୁ ଅପେକ୍ଷା କରିଥିଲେ। ଏକ ପ୍ରାଇଭେଟ୍‌ ବସ୍‌ ଆସିବା କ୍ଷଣି ଦୁହେଁ ବସ୍‌କୁ ଚଢିଥିଲେ। କିଛି ବାଟ ଯିବା ପରେ ବସ୍‌ ଭଡାକୁ ନେଇ ନରେନ୍ଦ୍ର ଓ ଦେବେନ୍ଦ କଣ୍ଡକ୍ଟର ସହ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କଣ୍ଡକ୍ଟର ଚଳନ୍ତା ବସରୁ ଠେଲି ଧେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବସରେ ଥିବା ଅନ୍ୟ ଯାତ୍ରୀମାନେ ପାଟିତୁଣ୍ଡ କରିବାରୁ କଣ୍ଡକ୍ଟର ଓ ଡ୍ରାଇଭର୍‌ ଫେରାର୍‌ ହୋଇଯାଇଥିଲେ।