ଭାରତକୁ ଝଟକା: ୪ ବ୍ୟାଟ୍ସମ୍ୟାନ୍ ୨୯ ରନରେ ଆଉଟ୍

0
402

ଏଡିଲେଡ୍: ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହୋଇଛି। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଏଡିଲେଡ୍‌ରେ ଖେଳା ଯାଉଛି। ତେବେ ପ୍ରଥମ ଟେଷ୍ଟର ପ୍ରାରମ୍ଭରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ୪ ଜଣେ ବ୍ୟାଟ୍ସମ୍ୟାନ୍ ମାତ୍ର ୨୯ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ବି ଅଛନ୍ତି। ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଦଳକୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ଲାଗିଥିଲା। କେ.ଏଲ୍ ରାହୁଲ ଆଉଟ୍ ହୋଇଯାଇଥିଲେ। ଜୋଶ୍ ହାଜେଲ୍‌ଉଡ୍‌ଙ୍କ ଏକ ବଲ୍‌ରେ ସେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨ ରନ୍ କରି ଆଉଟ୍ ହୋଇଥିଲେ।