ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ୯ ଗୁରୁତର

0
299
9 injored in accident

ସୁନ୍ଦରଗଡ଼: ବଣେଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସିଲଭାସ ଠାରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡି ଚାଳକକୁ ମିଶାଇ ମୋଟ ୯ ଜଣ ଗୁରୁତର ହୋଇପଡିଛନ୍ତି । ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଗୁରୁତର ହୋଇଥିବା ପାସେଞ୍ଜରକୁ ଡାକ୍ତର ଖାନାକୁ ସ୍ଥାନାନ୍ତର ପାଇଁ ପ୍ରଥମେ ୧୦୮ ଆମ୍ବୁଲେନ୍ସ କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଆମ୍ବୁଲେନ୍ସ ମହଜୁଦ ନଥିଲା । ତେଣୁ ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟ ଚିକିତ୍ସାଳୟକୁ ନେଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ । ଗାଡି କେଉଁଠିକି ଯାଉଥିଲା ଓ କାହାକୁ ନେଇ ଯାଉଥିଲା ଏବଂ କିପରି ଦୁର୍ଘଟଣା ହେଲା ଏସମ୍ବନ୍ଧରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।