ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ ଦର

0
373

ନୂଆଦିଲ୍ଲୀ : ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦-୪୧ ପଇସା ଓ ୪୫-୪୬ ପଇସା ହ୍ରାସ ପାଇଛି । ଏହାକୁ ମିଶାଇଲେ ଗତ ତିନିଦିନରେ ପେଟ୍ରୋଲ ଦର ୧ ଟଙ୍କା ୫୬ ପଇସା ଓ ଡିଜେଲ ୧ ଟଙ୍କା ୭୫ ପଇସା କମିଛି । ଗତ କାଲି ପେଟ୍ରୋଲ ଲିଟର ପିଛା ୩୨ ପଇସା ଓ ଡିଜେଲ ୪୦ ପଇସା କମିଥିଲା । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୪ ଟଙ୍କା ତଳକୁ ଖସିଯାଇଥିବାବେଳେ ଡିଜେଲ ଦର ୭୫ ଟଙ୍କା ତଳକୁ ଖସିଯାଇଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୩.୭୫ ଓ ଡିଜେଲ ୭୪.୭୮ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲା ଦରରେ ତାରତମ୍ୟ ଦେଖାଯାଇପାରେ ।