ମନ୍ଦିର ଭିତରକୁ ଗଲେ ହୁଏ ମୃତ୍ୟୁ

0
414

ମନ୍ଦିର ରହିଥାଏ ପୂଜା ନିମିତ୍ତ କିନ୍ତୁ ଏହା ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଗ୍ରୀକ୍‌ରେ ରହିଛି ଏପରି ଏକ ମନ୍ଦିର, ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। ସେଠାକାର ସ୍ଥନୀୟ ଲୋକଙ୍କ ବିଶ୍ୱାସ ଯେ , ମନ୍ଦିରର ଆଖପାଖରେ ଏକ ଅଦୃଶ୍ୟ ଶକ୍ତି ରହିଛି ଯାହା ଲୋକଙ୍କ ମୃତ୍ୟୁର କାରଣ ହେଉଛି। ପୂର୍ବରୁ ଏଠାରେ ବହୁ ପଶୁପକ୍ଷୀ ମରିପଡ଼ିଥିବାର ଗାଁ ଲୋକେ କୁହନ୍ତି। ଏହି ଅଦୃଶ୍ୟ ଶକ୍ତି ଭୟରେ ମନ୍ଦିରକୁ ଯିବା ତ ଦୂରର କଥା, ମନ୍ଦିର ରାସ୍ତା ଦେଇ ବି କେହି ଯିବା ଆସିବା କରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ ଏଠାରେ କୌଣସି ଭୂତ-ପ୍ରେତ ନରହି ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ଭରି ରହିଛି। ଫଳରେ ଏଠାକୁ ଯିଏ ବି ଯାଏ ତାର ମୃତ୍ୟୁ ଘଟିଥାଏ।