ମନ୍ଦିର ଭିତରେ ମହିଳାକୁ ଦୁର୍ବ୍ୟବହାର: ପୂଜକ ଗିରଫ

0
376

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା । ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଛି । ସୂଚନା ଅନୁଯାୟୀ, ଜଣେ ମହିଳା ଘରେ ସ୍ୱାମୀଙ୍କ ସହ ପାଟିତୁଣ୍ଡ କରି ପଳାଇ ଆସିଥିଲେ । ଯାହାର ସୁଯୋଗ ନେଇ ସେହି ଅଞ୍ଚଳର ଏକ ମନ୍ଦିରର ପୂଜା କରୁଥିବା ପୂଜକ ରଘୁନାଥ ପଣ୍ଡା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ହେଲାପରେ ପୋଲିସ ଅଭିଯୁକ୍ତ କାଳିଆ ନନାଙ୍କୁ ଗିରଫ କରିଛି ।