ମହାକାଶରୁ ଷ୍ଟାଚ୍ୟୁ ଅଫ ୟୁନିଟିର ଫଟୋ ନେଟ୍ ଡଟ କମ ପକ୍ଷରୁ ଜାରି

0
255

ନୂଆଦିଲ୍ଲୀ: ନର୍ମଦା ନଦୀ କୂଳରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉ ଥିବାବେଳେ ଏବେ ଏହା ସାରାବିଶ୍ୱରେ ଚର୍ଚାର କାରଣ ପାଲଟିଛି କାରଣ ଏହି ମୂର୍ତ୍ତିଟି ମହାକାଶରୁ ସ୍ପଷ୍ଟଭାବେ ଦେଖାଯା ଥିବାର ଏକ ସାଟେଲାଇଟ ଫଟୋ ଆମେରିକୀୟ ସଂସ୍ଥା ପ୍ଲାନେଟ୍ ଡଟ କମ ପକ୍ଷରୁ ଜାରି କରାଯାଇଛି। ଏହି ଫଟୋରେ ଷ୍ଟାଚ୍ୟୁ ଅଫ ୟୁନିଟି ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ମୃର୍ତ୍ତି ଭିତରେ ୧୩୫ ମିଟର ଉଚ୍ଚରେ ଥିବା ଗ୍ୟାଲେରୀରେ ଥରକେ ମାତ୍ର ୨୦୦ ଦର୍ଶକ ଦେଖି ବାର ବ୍ୟବସ୍ତା ରହିଛି।