ମହାନଦୀରେ ବୁଡ଼ି ଖେଳାଳୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

0
366

କଟକ: ରବିବାର କଟକ ମହାନଦୀର ଗଡ଼ଗଡ଼ିଆ ଘାଟରେ ଏକ ଅଘଟଣ ଘଟିଯାଇଛି। ଜଣେ ଭଲିବଲ ଖେଳାଳୀ ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ତୁଳସୀପୁର ମଠସାହିର ରୋହନ ମଲ୍ଲିକ(୨୫)। ସୂଚନା ଅନୁଯାୟୀ,ରୋହନ ଭଲିବଲ ଖେଳିସାରି ଅପରାହ୍ନରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।