ମହାନଦୀ ପୋଲରୁ ବସ ଖସି ପଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

0
380

କଟକ : କଟକ ମହାନଦୀ ପୋଲରୁ ବସ ଖସି ପଡିବା ଘଟଣାରେ ଆହତଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପୁରୀ ଜିଲ୍ଲାର ଭରତ ମଲିକ(୫୦)। ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଲି ଆଉ ଜଣଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଏବେବି କଟକ ବଡ‌ ମେଡିକାଲ ଆଇସିୟୁରେ ୬ ଜଣ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।