ମହାନଦୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: ଆଉ ଜଣେ ମୃତ

0
434

କଟକ: କଟକ ମହାନଦୀ ପୋଲ ବସ୍‌ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି । ପୂର୍ବରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏସ୍‌ସିବି ମେଡିକାଲ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଉମାକାନ୍ତ ଭଟ୍ଟ ନାମକ ଜଣେ ଯାତ୍ରୀଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତ ଉମାକାନ୍ତଙ୍କ ଘର ପୁରୀ ଜିଲା କୃଷ୍ଣଶାସନପୁର ଅଞ୍ଚଳରେ। ଦୁର୍ଘଟଣାରେ ଆହତ ଅନ୍ୟ ୭ଜଣ ଏବେବି ମେଡିକାଲ୍‌ରେ ଚିକିତ୍ସିତ ଅଛନ୍ତି।