ମହାରାଷ୍ଟ୍ରରେ ଦୁଇଟି ବାଘ ଶାବକଙ୍କର ମୃତ୍ୟୁ

0
369

ଭୁବନେଶ୍ୱର: ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ବାଘ ବଂଶ ବୃଦ୍ଧିପାଇଁ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିିବା ମହାବଳ ବାଘଟି ଗତକାଲି ରାତିରେ କୋର ଏରିଆରେ ମୃତ୍ୟୁ ଘଟିବା ଘଟଣା ଦୁଃଖର କାରଣ ହୋଇଥିବାବେଳେ ଏହି ସମୟରେ ପୁଣି ମହାରାଷ୍ଟ୍ରରେ ଟ୍ରେନ୍‌ରେ କଟି ଦୁଇଟି ମହାବଳ ବାଘ ଶାବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁୁର ଜିଲ୍ଲାର ଜୁନୋନା ଜଙ୍ଗଲ ନିକଟରେ ଆଜି ସକାଳୁ ଏକଦୁଃଖଦ ଘଟଣା ଘଟିଛି। କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ଅନ୍ଧେରୀ ବ୍ୟାଘ୍ର ଅଭଆରଣ୍ୟରେ ବର୍ତ୍ତମାନ ମାତ୍ର ୪୦ଟି ମହାବଳ ବାଘ ଥିଲାବେଳେ ଆଜି ସକାଳେ ଦୁଇଟି ବାଘ ଛୁଆ ଟ୍ରେନ୍‌ରେ କଟି ମରି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବାଘ ଶାବକ ଆନୁମାନିକ ବୟସ ୬ ମାସ ହେବ ବୋଲି ଅନୁମାନ କରାଯାଉଛି।