ମାଲ୍ୟାଙ୍କ ପାଇଁ ତିହାର ଜେଲ୍‌ ସୁରକ୍ଷିତ: ବିଚାରପତି ଜଷ୍ଟିସ୍‌ ଲେଗାଟ୍ଟା ଓ ଜଷ୍ଟିସ୍‌ ଡିଙ୍ଗେମାନ୍ସ

0
383

ଲଣ୍ଡନ: ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ କ୍ରିକେଟ୍‌ରେ ଫିକ୍ସିଂ କରୁଥିବା କୁଖ୍ୟାତ ବୁକି ସଞ୍ଜୀବ କୁମାର ଚାୱଲା ଅପରାଧିକ ମାମଲାରେ ଜଡ଼ିତ ଥାଇ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବାରୁ ଭାରତ ସରକାର ସେମାନଙ୍କୁ ପଳାତକ ଘୋଷଣା କରିଛନ୍ତି। ଏମାନେ ଖୁବ୍‌ଶୀଘ୍ର ଭାରତ ଫେରି ଦିଲ୍ଲୀରେ ଥିବା ତିହାର ଜେଲ୍‌ରେ ରହିବେ ବୋଲି ଜଣାଯାଉଛି। ସୂଚନା ଅନୁସାରେ ଲଣ୍ଡନ ହାଇକୋର୍ଟ ଜେଲ୍‌ର ପରିସ୍ଥିତି କ’ଣ ରହିଛି, ସେ ସଂକ୍ରାନ୍ତରେ ଭାରତ ସରକାରଙ୍କଠାରୁ ଭିଡିଓରେ ଦେଖିଲା ପରେ ଦିଲ୍ଲୀର ତିହାର ଜେଲ୍‌ରେ ଏଭଳି ଅପରାଧୀମାନେ ରହିବାକୁବି ବିଚାରପତି ଜଷ୍ଟିସ୍‌ ଲେଗାଟ୍ଟା ଓ ଜଷ୍ଟିସ୍‌ ଡିଙ୍ଗେମାନ୍ସ ଏକ ସୁରକ୍ଷିତ ସ୍ଥାନ ବୋଲି ରୁଲିଂ ଦେଇଛି। ଲଣ୍ଡନ ହାଇକୋର୍ଟଙ୍କ ଏଭଳି ଶୁଣାଣି ପରେ ଭାରତ ସରକାର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ସଞ୍ଜୀବଙ୍କ ପାଇଁ ଆବେଦନ କରିପାରିବେ ସେହିଭଳି ଡିସେମ୍ବର ୧୦ରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟାବର୍ତନର ଶୁଣାଣି ସହ ଭାରତ ସରକାରଙ୍କ ନିଷ୍ପତିକୁ ଅପେକ୍ଷା।