ମୁଖ୍ୟମନ୍ତ୍ରୀ ତିଆରି କଲେ ‘ପିଠା’ ଯୋଜନା

0
432

ଭୁବନେଶ୍ୱର : ପଞ୍ଚାୟତସ୍ତରରେ ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ପିଠା’ ଯୋଜନା। ଏହା ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ପଞ୍ଚାୟତରେ ପିଠା ଯୋଜନାରେ କ୍ୟାମ୍ପ ପଡ଼ିବ । ବିଭିନ୍ନ ସରକାରୀ ଯୋଜନାର ତଦାରଖ କରାଯିବ। ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । ଏହା ସହ ଜିଲ୍ଲା ଓ ରାଜ୍ୟସ୍ତରର ପଞ୍ଚାୟତକୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବା ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।