ମୁସଲମାନ ବନ୍ଧୁ ହିନ୍ଦୁ ସାଥୀଙ୍କର ଅନ୍ତିମ ସଂସ୍କାର କଲେ

0
398

କୋଲକତା: ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦ ବିବାଦ ଲାଗିରହିଛି। ତେବେ ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲା ବନରହଟ୍‌ରେ ଜଣେ ମୁସଲମାନ ବନ୍ଧୁ ହିନ୍ଦୁ ସାଥୀଙ୍କର ଅନ୍ତିମ ସଂସ୍କାର କରି ସୃଷ୍ଟି କରିଛନ୍ତି ଏକ ଉଦାହରଣ। ସ୍ଥାନୀୟ ଏକ ସ୍କୁଲରେ ଶିକ୍ଷକ ଥିବା ଅଶଫାକ୍‌ ତାଙ୍କ ବନ୍ଧୁ ସଞ୍ଜନ କୁମାର ବିଶ୍ୱାସଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ପରାମ୍ପରା ଅନ୍ତର୍ଗତ କରିଛନ୍ତି। ସଞ୍ଜନଙ୍କର ୩ ଝିଅ ଥିବାରୁ ଅଶଫାକ୍‌ ଏଭଳି କରିଥିବା କୁହାଯାଉଛି। ଏଭଳି ନୈତିକ ମୂଲ୍ୟବୋଧ ସଞ୍ଜନଙ୍କଠାରୁ ମିଳିଥିବା ଅଶଫାକ୍‌ କହିଛନ୍ତି। ଉଭୟ ବନ୍ଧୁ ଗୋଟିଏ ସ୍କୁଲରେ ଶିକ୍ଷକତା କରୁଥିଲେ।