‘ମୁସ୍କିଲ ହେ ଜିନା, ତେରେ ବିନା’ ଗୀତର ସ୍ୱର କଲେ ପ୍ରେମ୍‌ ଆନନ୍ଦ, ଗାଇଲେ ବାବୁସାନ

0
409

ଭୁବନେଶ୍ୱର: ପ୍ରେମ୍‌ ଆନନ୍ଦ ସ୍ୱର କଲେ ଏବଂ ଗୀତ ଗାଇଲେ ଓଲିଉଡ୍‌ ସୁପରଷ୍ଟାର ବାବୁସାନ । ଏବେ ଏଇ କଥାକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା। ସୁବ୍ରତ ସ୍ୱାଇଁଙ୍କ ଲିଖିତ ‘ ମୁସ୍କିଲ ହେ ଜିନା, ତେରେ ବିନା’ ଗୀତଟିକୁ କଟକର ମିଲନ ଷ୍ଟୁଡିଅରେ ଗାଇଛନ୍ତି ବାବୁସାନ । ଏଥିରେ ଅନ୍ୟତମ ଗାୟିକା ଭାବେ ଦିପ୍ତୀରେଖା ପାଢ଼ୀ ଅଛନ୍ତି ଆସନ୍ତା ଜାନୁଆରୀ ମାସରେ ଏହି ସିନେମା ରିଲିଜ୍‌ ହେବ । ତେବେ ଏହି ସିନେମାର ନାମ ରହିଛି ‘ ଅଜବ ସଞ୍ଜୁର ଗଜବ ଲଭ୍‌’ । ଏ ସଂପର୍କରେ ପ୍ରେମ୍‌ ଆନନ୍ଦ କହିଛନ୍ତି, ସୁବ୍ରତ ସ୍ୱାଇଁଙ୍କ ଲିଖିତ ‘ ମୁସ୍କିଲ ହେ ଜିନା, ତେରେ ବିନା’ ଗୀତଟି ଯେତିକି ଚମତ୍କାର ହୋଇଛି, ବାବୁସାନ ବି ତାକୁ ଅତ୍ୟନ୍ତ ଚମତ୍କାର ଢ଼ଙ୍ଗରେ ଗାଇଛନ୍ତି। ଯାହା ସ୍ରୋତାଙ୍କୁ ଭଲ ଲାଗିବ ବୋଲି ସେ କହିଛନ୍ତି ।