ମେସିନରେ ଚାପି ହୋଇ ୪ ବର୍ଷର ଶିଶୁ ମୃତ

0
395

ଝାରସୁଗୁଡା : ଖଳାରେ ଧାନ ମେସିନରେ ଚାପି ହୋଇ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ପଂଚାୟତ ବରଙ୍ଗାମାଲ ଗ୍ରାମରେ ଘଟିଛି । ସୂୁଚନାଯୋଗ୍ୟ,ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ଖଳାରେ ଥ୍ରେସର ମେସିନ ଯୋଗେ ଧାନ ବଙ୍ଗଳା କରୁଥିଲେ । ସେଠାରେ ତାଙ୍କ ଚାରି ବର୍ଷର ପ୍ରୁଅ ଖେଳୁଥିଲା । ବାରମ୍ବାର ମନା କରିବା ସତ୍ୱେ ସେ ସେଠି ଖେଳୁଥିଲା । ଅଶାବଧାନତା ଯୋଗୁଁ ଛୁଆଟି ମେସିନରେ ପଶି ଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ଟିଆର୍ଏଲ୍ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।