ମୟୁରଭଞ୍ଜ: ମିନି ମାରାଥନରେ ୩ ଛାତ୍ର ଅସୁସ୍ଥ

0
389

ବାରିପଦା: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆୟୋଜିତ ମିନି ମାରାଥନରେ ରବିବାର ୩ ଜଣ ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ, ଚାନ୍ଦୁଆ ହାଇସ୍କୁଲରେ ୩ ଜଣ ଛାତ୍ର ମିନି ମାରଥନରେ ଭାଗ ନେଇ ଦୌଡୁଥିବା ବେଳେ ହଠାତ ଅସୁସ୍ଥ ହୋଇ ଯାଇଥିଲେ। ତିନି ଜଣ ଛାତ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ ପିଲାମାନଙ୍କୁ ବାରିପଦା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ମିଳି ନଥିଲା। ଫଳରେ ସେମାନଙ୍କୁ ଏକ ଅଟୋ ଯୋଗେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ନିଆଯାଇଥିଲା।