ଯୁବକଙ୍କୁ ଗୁଳିମାଡ଼

0
380
young man injured

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁର ବଳରାମ ସାହୁ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାଇ,ବଳରାମ ସାହୁ ଓ ତାଙ୍କ ଦୁଇ ଭାଇଙ୍କ ସହ ଏକ ବାଇକ୍‌ରେ ମାମୁ ଘର ନୂଆଗାଁକୁ ଯାଉଥିବା ସମୟରେ ସନ୍ଥପଡ଼ା ଗାଁ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସେଥିରେ ତାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ବଳରାମଙ୍କୁ ପ୍ରଥମେ ଟିଟିପିଏସ୍‌ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।