ରାଜଧାନୀରେ ଜମୁଛି ପଥ ଉତ୍ସବ

0
417

ଭୁବନେଶ୍ୱର: ରବିବାର ସକାଳୁ ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ଲୋକଙ୍କ ଭିଡ। କାରଣ ଏବେ ଆରମ୍ଭ ହୋଇଯାଇଛି ପଥ ଉତ୍ସବ। ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଛକ ଯାଏଁ ଚାଲିଛି ନନଷ୍ଟପ ମନୋରଞ୍ଜନ। ଜନପଥ ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ ମଧ୍ୟ କରାଯାଇଛି। ନାଚ, ଗୀତ କଳା ଓ ଖାଦ୍ୟ ପାଲଟିଛି ପଥ ଉତ୍ସବର ମୁଖ୍ୟ ଆକର୍ଷଣ। ତେବେ ପ୍ରତି ରବିବାର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି। ଲୋକମାନେ ରାସ୍ତା ଉପରେ ନାଚ ଗୀତର ଆସର ଜମାଉଛନ୍ତି। ଖାଲି ନାଚ, ଗୀତ କଳା ଓ ଖାଦ୍ୟ ନୁହେଁ ବରଂ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ମନୋରଞ୍ଜନ ଭିର୍ତ୍ତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି। କିଛି ଦିନ ବ୍ୟବଧାନରେ ରାଜଧାନୀର ରାଜରାସ୍ତାରେ ଶୀତୁଆ ସକାଳରେ ପୁଣି ଥରେ ପଥ ଉତ୍ସବ ଆରମ୍ଭ ହୋଇଥିବାରୁ ଲୋକମାନେ ନିଜକୁ ସାମିଲ କରିବା ପାଇଁ ଜମା ବି ହାତଛଡା କରୁନାହାନ୍ତି।