ରାଜସ୍ଥାନରେ ବିଜେପିକୁ ଶକ୍ତ ଧକା

0
384

ରାଜସ୍ଥାନର ଜଣେ ବରିଷ୍ଠ ବିଜେପି ସାଂସଦ ତଥା ପୂର୍ବତନ ପୁଲିସ୍‌ ଡିଜି ହରିଶ ଚନ୍ଦ୍ର ମୀନା ଆଜି ଦଳରୁ ବିଦାୟ ନେବାସହ କଂଗ୍ରେସରେ ମିଶିଛନ୍ତି। ଡିସେମ୍ବର ୭ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଦଳ ପାଇଁ ଝଟ୍‌କା ବୋଲି ଆଲୋଚନା ହେଉଛି। ଶ୍ରୀ ମୀନାପ୍ରଥମେ ପୁଲିସ୍‌ ଡିଜି ଭାବେ କାର୍ଯ୍ୟ କରୁଥିଲେ,ଏବଂ ପରେ ବିଜେପିରୁ ସାଂସଦ ହୋଇଥିଲେ। କିନ୍ତୁ ଅବସର ନେବା ପରେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ ଏବଂ ଆଜି ଶ୍ରୀ ମୀନା ବରିଷ୍ଠ ନେତା ଅଶୋକ ଗେହଲଟ ଓ ସଚିନ୍‌ ପାଇଲଟ୍‌ଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦାନ କରିଛନ୍ତି। ୨୦୧୪ରେ ନମୋ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ହରିଶଙ୍କୁ ପ୍ରାର୍ଥୀ କରିଥିଲା। ଦୌସା ନିର୍ବାଚନରେ ହରିଶ ତାଙ୍କ ବଡ଼ ଭାଇ ନମୋଙ୍କୁ ହରାଇଥିଲେ କରିଥିଲେ।