ରାଜ୍ୟରେ କମିଲା ପେଟ୍ରୋଲ ଡିଜେଲ ଦର

0
378

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜଧାନୀରେ ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଛି। ଏହା ଲିଟର ପିଛା ୬୯.୮୭ ଟଙ୍କା ଥିବାବେଳେ ଡିଜେଲ ଏବେ ମଧ୍ୟ ୭୦ ଟଙ୍କା ଉପରେ ରହିଛି। ଶୁୁକ୍ରବାର ଏହାର ମୂଲ୍ୟ ଲିଟର ପିଛା ୭୦.୨୩ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ ୫ ମାସ ଧରି କ୍ରମାଗତ ବୃଦ୍ଧି ପାଇଥିଲା। ରାଜଧାନୀରେ ଅକ୍ଟୋବର ୪ରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୨.୮୧ଟଙ୍କା ଥିଲା।