ରାଜ୍ୟରେ ଖସୁନି ପାରଦ, ୨୭ରୁ ବଢିବ ତାପମାତ୍ରା

0
376

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢୁ ନାହିଁ। କାର୍ତ୍ତିକ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ପାରଦ ତଳକୁ ଖସୁ ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ସର୍ବନିମ୍ନ ତାପମାତ୍ରା କମୁ ନାହିଁ। ଏଥିସହିତ ଆରବ ସାଗର ଆଡୁ ପ୍ରବାହିତ ବାୟୁରେ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ କରି ରଖିଛି। ଆସନ୍ତା ୨୭ ତାରିଖରୁ ରାତ୍ରର ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ଶୀତ ଆହୁରି କମିବା ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଫୁଲବାଣୀରେ ସର୍ବନିମ୍ନ ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୧୩, ଟିଟିଲାଗଡ ୧୪.୫, ସୋନପୁର ୧୪.୬, କୋରାପୁଟ ୧୪, ବାଲେଶ୍ୱର ୧୫.୨, କଟକ ୧୬.୫, ଅନୁଗୋଳ ୧୩.୬, ବାରିପଦା ୧୫, ଝାରସୁଗୁଡା ୧୩.୫, କେନ୍ଦୁଝର ୧୩.୯, ସମ୍ବଲପୁର ୧୫.୩, ସୁନ୍ଦରଗଡ ୧୬, ହୀରାକୁଦ ୧୫.୬, ତାଳଚେର ୧୪, ଭବାନୀପାଟଣା ୧୫.୨, ବଲାଙ୍ଗୀର ୧୫.୬ ଏବଂ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।