ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

0
389

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାଇ, ଟାଉନ୍ ଥାନା ଦାଣ୍ଡବୋଷ ଗାଁ ନିକଟରେ ଥିବା ମୁଖ୍ୟରାସ୍ତା କଡ଼ରେ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ଯୁବକଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ମୃତଦେହକୁ ଲୁଚାଇବା ପାଇଁ ରାସ୍ତା କଡ଼ରେ ଥିବା ଧାନ ଗଦା ଭିତରେ ରଖି ଜାଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏଥିସହ ଯୁବକଙ୍କୁ ଅନ୍ୟ କେଉଁ ସ୍ଥାନରୁ ଅଣାଯାଇ ଏଠାରେ ହତ୍ୟା କରାଯାଇଥିବା ମଧ୍ୟ ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ, ମୃତଦେହ ନିକଟରେ ରକ୍ତ ଲଗା ପଥର ପଡ଼ିଥିବା ଦେଖିବାକୁ ମିଳିଛି।