ରିଲିଜ୍ ପୂର୍ବରୁ ‘୨.୦’ର ଧମାକେଦାର୍ ରେକର୍ଡ଼

0
363
bollywood new film

ମୁମ୍ବାଇ: ତଲାଇବା ଓ ଖିଲାଡ଼ି କୁମାରଙ୍କ ଯୋଡ଼ି ବଡ଼ ପରଦାରେ ନିଶ୍ଚୟ ଭାବେ ବ୍ଲକ୍ବଷ୍ଟର୍ ବ୍ୟବସାୟ କରିବ । ଏହାର ପ୍ରମାଣ ହେଉଛି ‘୨.୦’ ରିଲିଜ୍ ହେବା ପୂର୍ବରୁ ୧୨୦କୋଟିର ବ୍ୟବସାୟ କରିସାରିଛି । ମାନେ ଅଗ୍ରୀମ ଟିକଟ ବୁକିଂ ମାଧ୍ୟମରେ ୧୨୦ କୋଟି ଟଙ୍କା ମିଳିଛି । ରଜନୀକାନ୍ତ, ଅକ୍ଷୟ କୁମାର ଓ ଆମି ଜାକ୍ସନ୍‌ଙ୍କ ଅଭିନୀତ ଆକ୍ସନ୍‌ଭିତ୍ତିକ ‘୨.୦’ର ବଜେଟ୍ ହେଉଛି ୫୦୦କୋଟି । ସୂଚନା ଯୋଗ୍ୟ,ଏହାକୁ ଦେଶର ୬୦୦୦ ସ୍କ୍ରୀନ୍‌ରେ ପ୍ରଦର୍ଶନ କରିବାର ଯୋଜନା ରହିଛି । ଏହା ଆଗାମୀ ୨୯ରେ ମୁକ୍ତିଲାଭ କରିବ। କେବଳ ଅଗ୍ରୀମ ଟିକଟ ବୁକିଂରେ ୧୨୦ କୋଟି ବ୍ୟବସାୟ କରିଥିବାବେଳେ ଓପନିଙ୍ଗ୍ ଡେ’ ଓ ୱିକ୍ଏଣ୍ଡ୍ରେ ଏହାର ବ୍ୟବସାୟ ଧମାକେଦାର୍ ହେବ ବୋଲି ଫିଲ୍ମ ପଣ୍ଡିତମାନେ କହିଛନ୍ତି। ଚଳିତବର୍ଷର ସବୁଠାରୁ ବଡ଼ ଓ ଅପେକ୍ଷିତ ଫିଲ୍ମ ‘୨.୦’ର ନିର୍ଦ୍ଦେଶକ ହେଉଛନ୍ତି ଏସ୍ ଶଙ୍କର।