ଶେଷ ହେଲା ଐତିହାସିକ ବାଲିଯାତ୍ରା: ୧୦୦କୋଟିର ବେପାର

0
381

କଟକ : କଟକରେ ଦଶ ଦିନ ଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଗତକାଲି ଶେଷ ହୋଇଛି। କାଲି ରବିବାର ପଡ଼ିଥିବାରୁ ଲୋକଙ୍କର ଭିଡ଼ ଜମିଥିଲା। ମହାନଦୀ ଓ କାଠଯୋଡ଼ିରେ ଟ୍ରାଫିକ୍‌ ଜାମ୍ ହୋଇ ଯାଇଥିଲା। ଲୋକେ ବର୍ଷକ ପାଇଁ ଘରକରଣା ସାମଗ୍ରୀ କିଣିବା ସହ ଖାନାପିନା, ଦୋଳି ଖେଳରେ ବାଲିଯାତ୍ରାକୁ ମନ ଭରି ଉପଭୋଗ କରିଛନ୍ତି। ଦଶ ଦିନର ବାଲିଯାତ୍ରାରେ ପ୍ରାୟ ୧୦୦କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା କୁହାଯାଉଛି।