ସଂକ୍ରମଣରେ ମରିଛି ସାତକୋଶିଆର ବାଘ

0
352

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଭିତରେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ମହାବଳ ବାଘର ଅଚାନକ ମୃତ୍ୟୁକୁ ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେକରେ ଲାଗିଥିବା ଆଘାତର ସଂକ୍ରମଣ ଯୋଗୁଁ ମହାବଳ ବାଘର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ବାଘର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କଲାର ଖଞ୍ଜା ଯାଇଥିଲା। ଦୀର୍ଘ ସମୟ ଧରି ବାଘ କେଉଁଆଡ଼େ ଚଳପ୍ରଚଳ ଜାଣିନହେବାରୁ ବନ ବିଭାଗର ସନ୍ଦେହରେ କରି ତଦାରଖ କରିବାପରେ ବାଘର ସ୍ୱାସ୍ଥ୍ୟ ସମ୍ପର୍କୀୟ ପାରାମିଟର ଖରାପ ଥିବା ଜାଣିଲାପରେ ଜଙ୍ଗଲରେ ବିଳମ୍ବିତ ରାତିରେ ବାଘର ମୃତଦେହକୁ ଠାବ କରାଯାଇଥିଲା। ଆଜି ରାଜ୍ୟ ବାହାରୁ ଆସିଥିବା ଡାକ୍ତରୀ ଦଳ ବାଘଟିର ମୃତ୍ୟୁ ଘଟିଥିବା ସ୍ଥାନକୁ ଯାଇ ମୃତଦେହ ବ୍ୟବଛେଦ ପରେ ମହାବଳ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି। ହୁଏତ କ୍ଷତ ସଂକ୍ରମଣରେ ବାଘର ମୃତ୍ୟୁହୋଇଥାଇ ପାରେ ବୋଲି ବନବିଭାଗ ଆଶଙ୍କା କରିଛି।