ସର୍ଟ ସର୍କିଟ ଯୋଗୁ ଏସସିବି ହେମାଟୋଲୋଜିରେ ଲାଗିଲା ନିଆଁ

0
368
fire in scb gematalogy

କଟକ: କଟକ ଏସସିବି ବା ହେମାଟୋଲୋଜି ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସହଯୋଗୀ ମୃତାହତ ହୋଇ ନାହାଁନ୍ତି। ତେବେ ନିଆଁ ଲାଗିବା ପରେ ଜୀବନ ବିକଳରେ ରୋଗୀମାନେ ଓ୍ଵାର୍ଡ ଛାଡ଼ି ପଳାଇ ଆସିଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ସୂଚନା ଅନୁଯାଇ, ଏସସିବିରେ ହେମାଟୋଲୋଜି ବିଭାଗରେ ପ୍ରାୟ ୪୦ ଜଣ ରୋଗୀ ଏହାର ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ହଠାତ ବୁଧବାର ପ୍ରାୟ ୧୨ଟା ବେଳେ ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଘଟଣା ପ୍ରଚାର ହେବା କ୍ଷଣି ରୋଗୀଙ୍କୁ ଧରି ସେମାନଙ୍କ ସମ୍ପର୍କୀୟମାନେ ପଦାକୁ ବିକଳ ହୋଇ ଦୌଡ଼ିଥିଲେ। ସେପଟେ ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।