ସହିଦ୍ ସ୍ମାରକୀକୁ ନେଇ ତେଜିଛି ରାଜନୀତି

0
438

ଭୁବନେଶ୍ୱର: ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ରାଜ୍ୟ ସରକାର ୫୦ ଏକର ଜାଗା କାହିଁକି ଯୋଗାଇ ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବରୁଣେଇ ଠାରେ ଏକ ବିରାଟକାୟ ସହିଦ୍ ସ୍ମାରକୀ ନିର୍ମାଣ କରିବାକୁ ୫୦ ଏକର ଜାଗା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲେ ବି ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଉନଥିବା ବିଜେପି ଅଭିଯୋଗ କରିଛି। ସେପଟେ ଏହାର ଜବାବରେ ବିଜେଡି କହିଛି, ଜାଗାର ଆଳ ଦେଖାଇ ବିଜେପି ରାଜନୀତି କରୁଛି।