ସାତକୋଶିଆ ଅଭୟାରଣ୍ୟରୁ ୪ ବର୍ଷ ହାତୀର ଗଳିତ ମୃତ ଦେହ ଉଦ୍ଧାର

0
370

ଅନୁଗୁଳ: ଶୁକ୍ରବାର ସକାଳେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳ ଭିତରକୁ ଜଙ୍ଗଲ ପାଖ ଗାଁର ଲୋକେ ଯାଇଥିବାବେଳେ ସେଠାରେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ହାତୀଟିର ଆନୁମନିକ ବୟସ ୪ ବର୍ଷ ହେବ। ତେବେ ଏହି ଯୁବା ହାତୀଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ମୃତ ହାତୀଟିର ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।