ସିଗ୍ନେଚର୍‌ ବ୍ରିଜ୍‌ ଡିଭାଇଡର୍‌ରେ ଧକ୍କା ଖାଇ ଦୁଇ ମଟରସାଇକେଲ୍‌ ଆରୋହୀ ମୃତ

0
375
2-dead-after-motorcycle-rams-into-divider-at-delhis-signature-bridge

ନୂଆଦିଲ୍ଲୀ:ଦୁଇ ସପ୍ତାହ ତଳେ ଯମୁନା ନଦୀ ଉପରେ ସିଗ୍‌ନେଚର୍‌ ବ୍ରିଜ୍‌ର ଡିଭାଇଡର୍‌ରେ ଶୁକ୍ରବାର ସକାଳେ ଏକ ମଟରସାଇକେଲ୍‌ ଧକ୍କା ଖାଇବାରୁ ସେଥିରେ ବସିଥିବା ଦୁଇଜଣ ଆରୋହୀ ଛିଟିକି ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେମାନେ ଦ୍ରୁତ ବେଗରେ ମଟରସାଇକେଲ୍‌ ଚଳାଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଡିଭାଇଡ୍‌ରେ ଧକ୍କା ଖାଇଥିଲେ। ସେମାଙ୍କ ପରିଚୟ ଏ ପର୍ଯନ୍ତ ମିଳିନାହିଁ। ସୂଚନା ଯୋଗ୍ୟ,ସେମାନେ ସେଲ୍‌ଫି ନେଉଥାଇ ପାରନ୍ତି କିଂବା ଷ୍ଟଣ୍ଟ୍‌ ଦେଖାଉ ଥାଇ ପାରନ୍ତି ବୋଲି ଅନ୍ୟ କେତେକ ରିପୋର୍ଟ ମିଳୁଥିବା ବେଳେ ସିଂହ କହିଛନ୍ତି ଯେ ଏ କଥା ଦେଖିଥିବା କୌଣସି ଲୋକ କହି ନାହାନ୍ତି।