ସୁନ୍ଦରଗଡରେ ହାତୀ ଆତଙ୍କ

0
377

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବଣାଇ କୁଳିପୋଷ ରେଞ୍ଜରେ ଏକ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏବେ କୁଳିପୋଷ ଗାଁ ମୁଣ୍ଡରେ ୬ରୁ ୭ଟି ହାତୀ ରହିଥିବା ଜଣାପଡ଼ିଛି। କେଲ, ଗଡ଼ପୋଷ, ନୂଆଡିହି, ଭାଂଗଡିହି, ଖୁଟଗାଁ ଅଞ୍ଚଳରେ ଧାନ ଓ ପରିବା ଫସଲ ସବୁ ହାତୀପଲ ନଷ୍ଟ କରୁଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗ୍ରାମବାସୀଙ୍କ ସହ ବନ କର୍ମଚାରୀ ହାତୀ ଘଉଡାଇବା ଲାଗି ଉଦ୍ୟମ ଚଳାଇଛନ୍ତି। ତେବେ ବାରମ୍ବାର ହାତୀ ଏ ଅଞ୍ଚଳକୁ ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।