ସୁପ୍ରିମ୍‌କୋର୍ଟ:୨୫ ବର୍ଷରୁ ଉର୍ଦ୍ଧ ବୟସ ପରୀକ୍ଷାର୍ଥୀ ଦେଇ ପାରିବେ ଏନଇଇଟି ପରୀକ୍ଷା

0
385
After 25 year should be NEET Exam

ନୂଆଦିଲ୍ଲୀ: ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି-୨୦୧୯ ଏଣିକି ୨୫ ବର୍ଷରୁ ଅଧିକ ବୟସ୍କ ପରୀକ୍ଷାର୍ଥୀ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ରାୟ। ଏହି ପ୍ରବେଶିକା ପରୀକ୍ଷା ୨୦୧୯ ମେ ୫ରେ ହେବ। ବୟସ ସୀମା ବୃଦ୍ଧି ପାଇଁ ସର୍ବୋଚ୍ଚ ଆଦଲତରେ ଏକ ଶିକ୍ଷାର୍ଥୀଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ଅଦାଲତ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନା ଯୋଗ୍ୟ,ଏହି ପ୍ରବେଶିକା ପରୀକ୍ଷା ପାଇଁ ଅବେଦନର ଅନ୍ତିମ ତାରିଖ ନଭେମ୍ବର ୩୦ ରହିଥିଲା। ତେବେ ଏନେଇ ସୁପ୍ରିମ୍‌ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଆବେଦନ ପତ୍ର ଦାଖଲର ଅନ୍ତିମ ତାରିଖ ଏକ ସପ୍ତାହ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।