ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା: ୧ ମୃତ ୨ ଗୁରୁତର

0
380
accident: one death two serious

ଜଗତସିଂହପୁର: ଜଗତପୁର ଜିଲ୍ଲା ୪ ପୋଲିଆ ନିକଟରେ ଆଜି ମଧ୍ୟାହ୍ନରେ ଏକ ସ୍କୁଟି- ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିରିଡ଼ର ଥାନା ରାଣୀପଡ଼ାର ଅଜୟ ଖୁଣ୍ଟିଆ ନିଜର ଦୁଇଜଣ ସାଙ୍ଗ ଅଭିଷେକ ମହାନ୍ତି, ସୁଜିତ ନାଥଙ୍କ ସହିତ ଏକ ସ୍କୁଟି ଯୋଗେ ଜଗତସିଂହପୁରରୁ ନିଜ ଗ୍ରାମ ବିରିଡ଼ିକୁ ଫେରୁଥିବା ବେଳେ ସେମାନଙ୍କୁ ସାମ୍‌ନା ପଟୁ ଆସୁଥିବା ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା। ତେବେ ସ୍କୁଟି ଆରୋହୀମାନଙ୍କୁ ରକ୍ଷା କରିବାକୁ ଯାଇ ସ୍କର୍ପିଓ ଗାଡ଼ିଟି ରାସ୍ତା ତଳକୁ ଖସିଯାଇଥିଲେ ମଧ୍ୟ ସ୍କୁଟିରେ ଥିବା ୩ ଜଣ ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ୩ ଜଣଙ୍କୁ ଜଗତସିଂହପୁର ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ।